(ଉତ୍ତରପ୍ରଦେଶ) : ପୁଣି ଉତ୍ତରପଦେଶର ଶାସନ ଭାର ସମ୍ଭାଳିବେ ଯୋଗୀ ଆଦିତ୍ୟନାଥ । ୨୫ମାର୍ଚ୍ଚରେ ଲକ୍ଷ୍ନୌରେ ସହିଦ ପଦ ସ୍ଥିତ ଇକାନା ଷ୍ଟାଡିୟମରେ ଉତ୍ସବ ଅନୁଷ୍ଠିତ ହେବ। ଅନେକ ଅର୍ଥରେ ଶପଥ ଗ୍ରହଣ ଉତ୍ସବ ଖାସ୍ ହେବାକୁ ଯାଉଛି ।
ସୂଚନାନୁଯାୟୀ , ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ସରକାରଙ୍କର ମନ୍ତ୍ରୀ , ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ , ସଂଘ ଓ ବିଜେପିର ବରିଷ୍ଠ ପଦାଧିକାରୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ନେଇ ସୂଚନା ମିଳିଛି ।