ଯୋଗୀଙ୍କ ମଥାରେ ତିଲଖ ଲଗାଇ ସ୍ୱାଗତ ଜଣାଇଲେ ମୁଲାୟମଙ୍କ ନାତୁଣୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବିପୁଳ ଜନମତ ସହ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଆନନ୍ଦର ମାହୋଲ । ନେତାଙ୍କଠୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ କରିଥିଲେ ଉତ୍ସବ । ଏହି ପରିପ୍ରେକ୍ଷୀରେ ଆଜି ଲକ୍ଷ୍ନୌରେ ମୁଲାୟମ୍ ସିଂହଙ୍କ ନାତୁଣୀ ଯୋଗୀଙ୍କୁ କପାଳରେ ତିଲଖ ଲଗାଇ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏଥି ସହ ମୁଲାୟମ୍ ସିଂହଙ୍କ ବୋହୂ ମଧ୍ୟ ସ୍ୱାଗତ କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଜାନୁଆରି ୧୯ ତାରିଖ ଦିନ ‘ସମାଜବାଦୀ ପାର୍ଟି’ର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଦଳ ଛାଡ଼ି ‘ବିଜେପି’ରେ ଯୋଗ ଦେଇଥିଲେ।

 

ଏଏନଆଇ ପକ୍ଷରୁ ଟୁଇଟ୍ ହୋଇଥିବା ଏହି ଭିଡିଓରେ ଅପର୍ଣ୍ଣା ଯାଦବ ଏବଂ ତାଙ୍କ ଝିଅ ଆଜି ସକାଳେ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ରେ ପହଞ୍ଚି ନିର୍ବାଚନରେ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହ ତାଙ୍କ କପାଳରେ ତିଳକ ଲଗାଇ ବନ୍ଦାପନା କରିଥିଲେ। ୟୁପି ନିର୍ବାଚନରେ ବିଜେପି ଶାସକ ଦଳ ରୂପେ ଉଭା ହୋଇଛି ଏଣୁ ଗୁରୁବାର ଦିନ ଅପର୍ଣ୍ଣା କହିଥିଲେ, ହିନ୍ଦୁ-ମୁସଲମାନ-ଶିଖ୍-ଇସାଇ ସଭିଏଁ ଅଟନ୍ତି ବିଜେପି ସମର୍ଥକ।