ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ନିର୍ବାଚନ ମଇଦାନରେ ଗୋଟିଏ ପଟେ ବିଜେପି ନିଜର ବିଜୟ ବାନା ଉଡାଉଥିବା ସମୟରେ ଏବେ ବି ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ବର୍ତ୍ତମାନର ଟ୍ରେଣ୍ଡର ଫଳାଫଳ ଅନୁଯାୟୀ ଏଯାବତ ୧୩୧ ସିଟ ପାଇଥିବା ସପା ଦଳ ବିଜୟର ଆଶା ଛାଡିନାହିଁ । ପୁଣିଥରେ ସରକାରକୁ ଗଠନ ନେଇ ବୋଲି ଆଶା ବାନ୍ଧି ବସିଛନ୍ତି ଅଖିଳେଶ ଓ ତାଙ୍କର ଟିମ୍ । ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।
समाजवादी पार्टी गठबंधन के पदाधिकारी गण कार्यकर्ता एवं नेता इस बात को ध्यान में रखकर सतर्कता में कोई कोताही ना बरतें कि अभी भी 60% मतों की गिनती बाकी है और 100 सीटों पर अंतर अभी भी 500 वोटों के आसपास है।
आप सभी डटे रहे एवं अंतिम परिणाम तक सावधानी बरतें।
— Samajwadi Party (@samajwadiparty) March 10, 2022
ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ୧୦୦ରୁ ଅଧିକ ସିଟରେ ଏବେ ବି ୫୦୦ରୁ କମ ରହିଛି ଭୋଟର ବ୍ୟବଧାନ । ତେଣୁ କେଉଁ ମୁହୂର୍ତ୍ତରେ ବି ଫଳାଫଳ ବଦଳି ଯାଇପାରେ । ଯେଉଁଥିପାଇଁ ସମାଜବାଦୀ ପାର୍ଟି ଓ ସହଯୋଗୀ ଦଳର କାର୍ଯ୍ୟକର୍ତ୍ତା, ଅଧିକାରୀ ଓ ନେତା ମାନେ ସତର୍କତାର ସହ ଭୋଟ ଗଣତି କେନ୍ଦ୍ରରେ ନଜର ରଖନ୍ତୁ । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୨୬୫ ଆସନରେ ଆଗରେ ଥିବା ବେଳେ ସମାଜବାଦୀ ପାର୍ଟି ୧୩୩ ଆସନରେ ଆଗୁଆ ରହିଛି । ତେବେ ଉତ୍ତରପ୍ରଦେଶରେ ସରକାର ଗଢିବା ପାଇଁ ୨୦୨ ସିଟ ଆବଶ୍ୟକ ଥିବା ସମୟରେ ତେବେ କେଉଁ ମୁହୂର୍ତ୍ତରେ ବି ଫଳାଫଳ ବଦଳିପାରେ ବୋଲି କୁହାଯାଉଛି ।