ଦାଦା ସାହେବ ଫାଲକେ ଆୱାର୍ଡ:ରଣବୀର ଶ୍ରେଷ୍ଠ ଅଭିନେତା,କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ ଗତକାଲି ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଫିଲ୍ମ ଉତ୍ସବରେ ପୁଷ୍ପାର ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ଵାର୍ଡସ ୨୦୨୨ ବର୍ଷ ପାଇଁ ଭାରତୀୟ ସିନେମାରେ ସମୃଦ୍ଧି ଉତ୍ସବ ପାଳନ ଏବଂ ସ୍ୱାଧୀନତା ୭୫ ବର୍ଷ ପାଳନ କରାଯାଇଥିଲା। ଏହି ଆୱାର୍ଡରେ ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ରଣବୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଶ୍ରେଷ୍ଠ ଫିଲ୍ମରେ ସର୍ଦ୍ଦାର ଉଦ୍ଧମକୁ ଆୱାର୍ଡ ମିଳିଛି । ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅଭିନେତା ଆହନ ସେଟ୍ଟି, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ । ଲକି ଅଲି ତାଙ୍କର ସଦାବାହାର ଗୀତ ‘ଓ ସନମ’ରେ ଚମତ୍କାର ପରଫରମାନ୍ସ ଦେଇଥିଲେ । ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି ରଣବୀର ସିଂଙ୍କୁ ଫିଲ୍ମ ‘୮୩’ ପାଇଁ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନଙ୍କୁ ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଶେରଶାହ ପାଇଁ କିଆରାକୁ ଶ୍ରେଷ୍ଠ କ୍ରିଟିକ୍ସ ପାଇଁ ଆୱାର୍ଡ ମଧ୍ୟ ମିଳିଛି । ଏହା ବ୍ୟତୀତ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ ।