କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବେଗୁନିଆ ଛକ ନିକଟରେ ଥିବା ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ପୂର୍ବାହ୍ନ ୧୧ଟାରେ ଏରବଙ୍ଗ ଗ୍ରାମର ଦେବାଶିଷ ଦାସ କୌଣସି କାମ ଲାଗି ଗୋପ ଷ୍ଟେଟ୍ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇ ଦେବାଶିଷ ଘରକୁ ଯାଇ ବେଗୁନିଆ ଛକ ନିକଟରେ ରହିଥିଲେ । ପରେ କୌଣସି କାମରେ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇ ଫେରିବା ବେଳକୁ ତାଙ୍କ ସ୍କୁଟି ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ନେଇଯାଇଥିଲା । ପରେ ଗୋପ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡିଛି ।