ପରଲୋକରେ ଲାଲ କିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ୍ ସିଦ୍ଧୁ

ପଞ୍ଜାବର ଅଭିନେତା ତଥା ଲାଲ କିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ୍ ସିଦ୍ଧୁଙ୍କର ଦେହାନ୍ତ ହୋଇଛି ।

(ପଞ୍ଜାବ) : ପଞ୍ଜାବର ଅଭିନେତା ତଥା ଲାଲ କିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ୍ ସିଦ୍ଧୁଙ୍କର ଦେହାନ୍ତ ହୋଇଛି । ହରିଆଣା ସ୍ଥିତ ସୋନିପତ ପାଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସୋନିପଥ ପୁଲିସ୍‌ ଦୀପ୍‌ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୀପ୍‌ ସିଦ୍ଧୁ ଗତ ବର୍ଷ ଲାଲ୍‌ କିଲ୍ଲା ହିଂସା ମାମଲାରେ ଅଭିଯୁକ୍ତ ଥିଲେ । ଏବେସୁଦ୍ଧା ମିଳିଥିବା ସୂଚନା ଅନୁସାରେ , ଦୁର୍ଘଟଣା ହରିଆଣାର ଖରଖୋଦା ପାଖରେ ହୋଇଛି ।