(ମୁମ୍ବାଇ) : ଭୟଙ୍କର ଲୁକରେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଖିଲାଡୀ କହିଲେ ‘ମୁଁ ଭାଇ ନୁହେଁ, ମୋତେ ଗଡଫାଦର କୁହନ୍ତି।’ ତାଙ୍କର ଏହି ଭୟଙ୍କର ଲୁକ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
This is one character that has more shades than a paint shop! #BachchhanPaandey aapko daraane, hasaane, rulaane sab ke liye ready hai. Please give him all your love 🙏🏻
Trailer Out on 18th Feb, 2022. pic.twitter.com/zsEhEnwPeZ— Akshay Kumar (@akshaykumar) February 15, 2022
ସୂଚନାନୁଯାୟୀ , ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଏହି ଚରିତ୍ରର ଅନେକ ରୂପ ରହିଛି। ବଚ୍ଚନ ପାଣ୍ଡେ ଆପଣଙ୍କୁ ଡରାଇବା, ହସାଇବା ଏବଂ କନ୍ଦାଇବା, ସବୁ କିଛି ଲାଗି ପ୍ରସ୍ତୁତ ଅଛି, ବାସ୍ କେବଳ ଆପଣଙ୍କ ଭଲପାଇବା ଦରକାର।’ ଏଥିସହ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେ ନେଇ ମଧ୍ୟ ଅକ୍ଷୟ ଖୁଲାସା କରିଛନ୍ତି। ଆସନ୍ତା ୧୮ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବ।