ମାର୍ଚ୍ଚ ଗାଇଡ୍‌ ଲାଇନ୍‌କୁ ଦୃଷ୍ଟିରେ ରଖି ହେବ ଜାଗରଯାତ୍ରା

ପୁରୀର ପ୍ରସିଦ୍ଧ ଶୈବପୀଠମାନଙ୍କରେ ଭକ୍ତଙ୍କ ଶିବ ପୂଜା ଓ ଜାଗର ଜାଳିବା ନିମନ୍ତେ ଭିଡ ଜମିବ ।

(ପୁରୀ) : ପୁରୀର ପ୍ରସିଦ୍ଧ ଶୈବପୀଠମାନଙ୍କରେ ଭକ୍ତଙ୍କ ଶିବ ପୂଜା ଓ ଜାଗର ଜାଳିବା ନିମନ୍ତେ ଭିଡ ଜମିବ । ଚଳିତ ମାସ ୨୭ ତାରିଖରେ ପଙ୍କୋଦ୍ଧାର ଏକାଦଶୀର ଦିନକ ପରେ ଆସନ୍ତା ମାସ ୧ ତାରିଖରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରବିବାର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ପ୍ରଥମ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।

ସୂଚନାନୁଯାୟୀ , ପୂର୍ବବର୍ଷ ଭଳି ସମସ୍ତ ନୀତି ପାଳନ ହେବ ଓ ଶିବରାତ୍ରିରେ ରାତି ୪ଟାରେ ମହାଦୀପ ଉଠିବା ନିମନ୍ତେ ନିଷ୍ପତ୍ତି ହୋଇଛି। ପଙ୍କୋଦ୍ଧାର ଏକାଦଶୀ ମଧ୍ୟରାତ୍ରିରୁ ଦ୍ୱାର ଖୋଲା ଯାଇ ଠାକୁରଙ୍କ ନୀତି ବଢ଼ିବ। ତେବେ ମାର୍ଚ୍ଚମାସର ସରକାରୀ କରୋନା ଗାଇଡ୍‌ ଲାଇନ୍‌କୁ ଦୃଷ୍ଟିରେ ରଖି ଜାଗାରଯାତ୍ରାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ଜାଗର ଜାଳିବା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଏଠାରେ ଆଲୋଚନା ହୋଇଛି।