ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା ଅଟଳ ଟନେଲ

ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ଭାବେ ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଅଟଳ ଟନେଲ ।

(ଦିଲ୍ଲୀ) : ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ଭାବେ ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଅଟଳ ଟନେଲ । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଐତିହାସିକ ଉତ୍ସବରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ (ବିଆରଓ) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ସୂଚନାନୁଯାୟୀ , ହିମାଚଳ ପ୍ରଦେଶର ଲେହ-ମନାଲି ରାଜପଥରେ ଏହି ଟନେଲ ଅବସ୍ଥିତ । ଏହି ଟନେଲ ଫଳରେ ମନାଲି ଓ ସାର୍‌ଚୁ ମଧ୍ୟରେ ଦୂରତା ୪୬ କି.ମି. ହ୍ରାସ ପାଇଛି । ପାହାଡ ଉପରେ ମାଇନସ ୨୫ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ବିଆରଓ ଏହି ଟନେଲ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା ।