ମଣିପୁର ନିର୍ବାଚନ ପାଇଁ ଧାର୍ଯ୍ୟ ହେଲା ପୁନଃ ତାରିଖ

କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ମଣିପୁର ବିଧାନ ସଭା ନିର୍ବାଚନ ପାଇଁ ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି।

(ମଣିପୁର) : କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ମଣିପୁର ବିଧାନ ସଭା ନିର୍ବାଚନ ପାଇଁ ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମ ପାର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ଫେବୃଆରୀ ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣିତି ହେବ। ୬୦ ଆସନ ବିଶିଷ୍ଟ ମଣିପୁରରେ ନିର୍ବଚନକୁ ନେଇ ପ୍ରଚାର ଜୋର ଧରିଛି।

ସୂଚନାନୁଯାୟୀ , ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ଜାନୁଆରୀ ୮ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ରାଜ୍ୟରେ ୧୫,୨୪୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି ।