ସାଂସଦ ଅନୁଭବଙ୍କ ବାନ୍ଧବୀଙ୍କ ନାଁରେ ଏତଲା ଦେଲେ ବର୍ଷା
ଅନୁଭବଙ୍କ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।
(ଭୁବନେଶ୍ୱର) : ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀଙ୍କ ନାଁରେ ଏତଲା ଦେଲେ ବର୍ଷା । ଅନୁଭବଙ୍କ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗୃତୀ ତାଙ୍କର ସମ୍ମାନହାନି କରୁଥିବା ସହ ସୋଶାଲ୍ ମିଡ଼ିଆରେ ତାଙ୍କ ନାଁ ନ ନେଇ ଜାଗୃତୀ ବାରମ୍ବାର ଆକ୍ଷେପ କରୁଥିବା କହିଛନ୍ତି ବର୍ଷା।
ସୂଚନାନୁଯାୟୀ , ଓଡିଶା ହାଇକୋର୍ଟଙ୍କ ଏହି ରାୟ ଦେବାର ପର ଦିନ ଅନୁଭବଙ୍କ ବାନ୍ଧବୀ ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ଜାଗ୍ରତି ଶୁକ୍ଳା ସୋଶାଲ ମିଡିଆ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ଫଲୋଅର୍ସଙ୍କ ଭିତରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଜାଗୃତୀ ଏହି ପୋଷ୍ଟରେ ବର୍ଷାଙ୍କ ନାଁ ନଥିବା ବେଳେ ପରୋକ୍ଷ ଭାବେ ଆକ୍ଷେପ କରୁଥିବା ଦେଖିବାକୁ ମିଳିଛି ।