ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ନାଁରେ ଆସିଛି ମାରପିଟ୍‌ ଅଭିଯୋଗ

ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ନାଁରେ ଆସିଛି ମାରପିଟ୍‌ ଅଭିଯୋଗ।

(ମୁମ୍ବାଇ) : ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ନାଁରେ ଆସିଛି ମାରପିଟ୍‌ ଅଭିଯୋଗ। ସେ କୁଆଡେ ପ୍ରଯୋଜକଙ୍କୁ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଜଣାପଡିଛି। ଏନେଇ ମୁମ୍ବାଇ ସ୍ଥିତ ଜୁହୁ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ସୂଚନାନୁଯାୟୀ , ପ୍ରଯୋଜକ କହିଛନ୍ତି , ଜାନୁଆରୀ ୨୭ ତାରିଖ ଠାରୁ ସବୁ ବିଗିଡି ଯାଇଥିଲା। ଆଦିତ୍ୟ ମୋତେ ଭେଟିବାକୁ ଚାହୁଁଥିବା ନେଇ କହିଥିଲେ। ଏହାପରେ ମୁଁ ତାଙ୍କୁ ହୋଟେଲକୁ ଡାକିଥିଲି। ତେବେ ଆଲୋଚନା କରିବାର କିଛି ସମୟ ପରେ ସେ ମୋତେ ଧମକ ଦେଇଥିଲେ। ପୁଅ ସୁରଜକୁ ଫିଲ୍ମରେ ନନେଲେ ଏହି ଫିଲ୍ମ ତିଆରି ହେବାକୁ ଦେବେନାହିଁ ବୋଲି କହିଥିଲେ। ଏହାପରେ ସେ ମୋତେ ଗାଳିଗୁଲଜ କରିବା ସହ ମାରପିଟ୍‌ ମଧ୍ୟ କରିଥିଲେ। ଏହାପରେ ମୁଁ ଥାନାରେ ତାଙ୍କ ବିରୋଧରେ ଏଫଆଇଆର୍‌ ଦେଇଛି।’