ଘାତକ ରୂପ ନେଇପାରେ କରୋନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ମହାମାରୀ କରୋନାକୁ ନେଇ ନୂଆ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
(ଦିଲ୍ଲୀ) : ମହାମାରୀ କରୋନାକୁ ନେଇ ନୂଆ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ ଭବିଷ୍ୟତରେ ବିପଦ ଆସିପାରେ ବୋଲି ହୁ’ ପକ୍ଷରୁ ଆଶଙ୍କା କରାଯାଇଛି। ଆଗାମା ଦିନରେ ଆସିବାକୁ ଥିବା କୋଭିଡ-୧୯ର ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ ହେବ। ସେହିପରି ପୂର୍ବ ଭାରିଏଣ୍ଟ ଓମିକ୍ରନ ତୁଳନାରେ ଏହା ଅତ୍ୟନ୍ତ ଘାତକ ରୂପ ନେଇପାରେ ବୋଲି ହୁ’ ପକ୍ଷରୁ ସତର୍କ କରାଯାଇଛି।
ସୂଚନାନୁଯାୟୀ , ଓମିକ୍ରନ ତୁଳନାରେ ନୂଆ ଭାରିଏଣ୍ଟ ଅଧିକାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିବ। କିନ୍ତୁ ନୂଆ ଭାରିଏଣ୍ଟ କେତେ ଘାତକ ହେବ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ଯାହା ଆକଳନ କରାଯାଉଛି ନୂଆ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରେ। ତେଣୁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଏଥିପ୍ରତି ଆମକୁ ସତର୍କ ରହିବାକୁ ହେବ। ଅବଶ୍ୟ ଟିକା ନେଲେ ନୂଆ ଭାରିଏଣ୍ଟ ବେଶୀ କିଛି କ୍ଷତି କରିପାରିବ ନାହିଁ।