ଶାଶୁଘର ପକ୍ଷରୁ ଟଙ୍କା ମାଗିବା ଯୌତୁକ ଜନିତ ଅପରାଧ

ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳୁଛି ଯୌତୁକର ପରିଭାଷା । ତେଣୁ ଏହି ପରିଭାଷାକୁ ବ୍ୟାପକ କରିବା ଉଚିତ । ତେଣୁ ଝିଅ ଘରୁ ଶ୍ୱଶୁର ଘରକୁ ଆସୁଥିବା ସବୁ କିଛିକୁ ଯୌତୁକ ବୋଲି ଗଣିବା ଉଚିତ, ସେ ଜମି ହେଉ, ଅଳଙ୍କାର ହେଉ, ଟଙ୍କା, ଘର, ବାଡି, ଗାଡି ଯାହା କିଛି । ଏସବୁକୁ ଯୌତୁକ ଜନିତ ଅପରାଧ ଭାବେ ପରିଗଣିତ କରିବାକୁ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଛନ୍ତି ।
ଜଷ୍ଟିସ ଏସ ବୋପାନ୍ନା ଓ ହିମା କୋହଲିଙ୍କ ଖଣ୍ଡପୀଠଏକ ମାମଲାର ଶୁଣାଣି କାଳରେ ନିଷ୍ପତ୍ତି ନେଇଛନ୍ତି କି, କନ୍ୟା ଘର ସହ ସମ୍ପତ୍ତି ସମ୍ବନ୍ଧୀୟ ମୁଲଚାଲ ଯୌତୁକ ଶ୍ରେରୀଭୁକ୍ତ ହେବ । ଆଇପିସିର ଧାରା ୩୦୪ ବି ଓ ଆତ୍ମହତ୍ୟା ପାଇଁ ଉସକେଇବା ଅପରାଧ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଦାୟର ଏକ ମାମଲାର ଶୁଣାଣି କାଳରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।
ମଧ୍ୟପ୍ରଦେଶର ଜନୈକ ମହିଳାଙ୍କକୁ ତାଙ୍କ ଶାଶୁ ଘର ଲୋକେ ଘର ନିର୍ମାଣ ପାଇଁ ବାପାଙ୍କଠାରୁ ଟଙ୍କା ଆଣି ଦେବାକୁ ଚାପ ପକାଉଥିଲେ । କିନ୍ତୁ ବାପା ଘରର ସାମର୍ଥ୍ୟ ନ ଥିଲା ଅର୍ଥ ଦେବାକୁ । ତେଣୁ ମହିଳାଙ୍କ ଉପରେ ଶାଶୁଘର ଲୋକେ ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ମହିଳା ଆତ୍ମହତ୍ୟା କରିଥିଲେ । ତେବେ ରାଜ୍ୟ ହାଇକୋର୍ଟ ଘର ନିର୍ମାଣ ପାଇଁ ଟଙ୍କା ମାଗିବାକୁ ଯୌତୁକ ଜନିତ ଅପରାଧ ବୋଲି ଗ୍ରହଣ କରି ନଥିଲେ । ଏହି ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ କହିଛନ୍ତି, ଆଇନରେ ବାଧକ ସାଜୁଥିବା ନିୟମରେ ପରିବର୍ତ୍ତନ ଆଣିବା ଦରକାର ।