ଝୁଲନ୍ତା ମୃତଦେହ ଉଦ୍ଧାର

(ଦୀଲ୍ଲିପ ସାହୁ / ଜଗତସିଂପୁର) : ଗଛରେ ଝୁଲୁଛି ବଙ୍ଗୀୟ ରାଜମିସ୍ତ୍ରୀଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ଗ୍ରାମପଞ୍ଚାୟତ ବରୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା।ବରୁଣ୍ଡି ଗ୍ରାମ କଟକ-ପାରାଦ୍ୱୀପ ରେଳଲାଇନ କଡରେ ଟୁକୁ ବେହେରାଙ୍କ ଘରେ ଭଡା ନେଇ ପଶ୍ଚିମବଙ୍ଗର କିଛି ଲୋକ ରହି ରାଜମିସ୍ତ୍ରୀ କାମ କରୁଥିଲେ।ଏମାନଙ୍କ ମଧ୍ୟରୁ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଭଡାଘର ଅନତୀ ଦୂରର ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ଦଉଡି ବେକରେ ବନ୍ଧାହୋଇ ଗଛରେ ଝୁଲୁଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି।କେତେକ ପଶ୍ଚିମବଙ୍ଗର ବଙ୍ଗୀୟ ଲୋକ ଭଡାଘରେ ରହି ଅଞ୍ଚଳରେ କୋଠାବାଡି କାମ କରୁଥିଲେ।ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ।