ଅନୈତିକ ସମ୍ପର୍କ ରଖିବାକୁ ମନା କଲେ ବନ୍ଧୁଙ୍କ ପତ୍ନୀ, ୨ ବର୍ଷର ଝିଅକୁ କଲା ଦୁଷ୍କର୍ମ

ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା ସମ୍ନାକୁ ଆସିଛି। ଶୁଣିଲେ ଲୋମ ଟାଙ୍କୁରି ଯିବ । ଜଣେ ବ୍ୟକ୍ତି ଘଟାଇଛି ଜଘନ୍ୟକାଣ୍ଡ। ବନ୍ଧୁଙ୍କ ପତ୍ନୀଙ୍କ ଉପରେ ରଖିଥିଲେ ଖରାପ ନଜର । ବନ୍ଧୁଙ୍କ ପତ୍ନୀ ଅନୈତିକ ସମ୍ପର୍କ ରଖିବାକୁ ରାଜି ନହେବାରୁ ବନ୍ଧୁଙ୍କ ୨ ବର୍ଷର ଝିଅକୁ ଚକୋଲେଟ ଦେବା ନାଁରେ ପାଖକୁ ଡାକି କରଛି ଦୁଷ୍କର୍ମ । ଏପରି ଏକ ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗୁଜରାଟର ବାହାରୁଚ ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ୨୮ ବର୍ଷୀୟ ସୁରେନ୍ଦ୍ର କୁମାରକୁ ପୁଲିସ୍‌ ୨ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଗିରଫ କରିଛି। ପୀଡ଼ିତାଙ୍କ ବାପା ହେଉଛନ୍ତି ସୁରେନ୍ଦ୍ରର ବନ୍ଧୁ। ତେଣୁ ସେ ବେଶ ସହଜରେ ପୀଡ଼ିତାଙ୍କ ଘରକୁ ଯିବା ଆସିବା କରୁଥିଲା।
ଏସବୁ ଭିତରେ ବନ୍ଧୁଙ୍କ ପତ୍ନୀଙ୍କୁ ସେ ଅନୈତିକ ସମ୍ପର୍କ ରଖିବାକୁ ବାରମ୍ବାର ବାଧ୍ୟ କରିଥିଲା। ହେଲେ ମହିଳା ଜଣଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। ମହିଳାଙ୍କ ପ୍ରତ୍ୟାଖ୍ୟାନର ପ୍ରତିଶୋଧ ନେବରକୁ ସୁରେନ୍ଦ୍ର ସ୍ଥିର କରିଥିଲା। ସେ ମହିଳାଙ୍କୁ ଫୋନ କରି ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଥିଲା।
ଘଟଣା ଦିନ ମହିଳାଙ୍କ ଶିଶୁ କନ୍ୟା ବାରଣ୍ଡାରେ ଖେଳୁଥିବା ବେଳେ ସେଠାରେ ପହଞ୍ଚିଥିଲା ସୁରେନ୍ଦ୍ର। ସେ କୁନି ଝିଅକୁ ଚକୋଲେଟ ଦେବା ନାଁରେ ଡାକି ନିଜ ରୁମକୁ ନେଇ ଯାଇଥିଲା। ସେଠାରେ ସେ ତାକୁ ଦୁଷ୍କର୍ମ କରିବା ପରେ ଘର ପାଖରେ ଛାଡ଼ି ଚାଲି ଯାଇଥିଲା।
ଏପଟେ ଦୁଷ୍କର୍ମ ଯୋଗୁ କୁନି ଝିଅର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଏକଥା ପରିବାର ଲୋକ ଜାଣିବା ପରେ ପ୍ରଥମେ ହସ୍ପିଟାଲ ପରେ ପୁଲିସରେ ଅଭିଯୋଗ କରିଥିଲେ।