ଯାଜପୁର ଜି୍ଲା ଅନ୍ତର୍ଗତ ଯାଜପୁର ବ୍ଲକ ଅଧିନ ପୁରାଣ ପ୍ରସିଦ୍ଧ ଯାଜପୁର ସହରର ପଣସା ପଞ୍ଚଯାତ ରେ ଅବସ୍ଥିତ ହରେ ମୁକୁନ୍ଦଶ୍ୱର ପୀଠ। କାହିଁ କୋଉ ଆଦିମ କାଳରୁ ବାବା ହରନ୍ତେ ସ୍ୱର ଏଇଠି ବିରଜାମାନ।ସମସ୍ତ ପଞ୍ଚଯାତବାସି ଏହି ପୀଠରେ ପୂଜାର୍ଚନା ସହ ଭୋଜି ଭାତ ର ଆୟୋଜନ କରିଥାନ୍ତି। ଅନୁଷ୍ଠାନ ର କର୍ମକର୍ତା ଭାବେ ସର୍ବଶ୍ରୀ ବିରଞ୍ଚି ନାରାୟଣ ଦାସ, ଦେବଦତ୍ତ ମହାରଣା,ସୁରେନ୍ଦ୍ର ପାଣିଗ୍ରାହୀ,ରିଙ୍କୁ ଦାସ,ସୁଜିତ ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ଆସନ୍ତୁ ଶୁଣିବା ବାବାଙ୍କ ମହିମା।
ଡଙ୍ଗି ଭସାକୁ ନେଇ ଚଳଚଞ୍ଚଳ ହୋଇଉଠିଥିବା ବୈତରଣି ନଦୀ କୂଳରେ ଭକ୍ତି ଓ ଉତ୍ସାହର ମନୋରମ ପରିବେଶ ସୃଷ୍ଟି ହୋଇଥିଲା। ପରମ୍ପରା ଓ ଆଧୁନିକତାର ମିଶ୍ରଣ ମଧ୍ୟରେ ଏଭଳି ଲୋକପର୍ବ ଆଜି ବି ଓଡ଼ିଆ ସଂସ୍କୃତିର ମହକକୁ ଜୀବନ୍ତ ରଖିଛି। ଯାଜପୁର ରୁ ଅଗ୍ନିବେଶ ଭାସ୍କର ଙ୍କ ରିପୋର୍ଟ ରିପୋଟର୍ସ ଟୁଡେ।