ମନ୍ତ୍ରୀଙ୍କ ଦ୍ୱାରା କପିଳେଶ୍ୱର ଗେଟ ଉଦଘାଟିତ

(ଓମପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ମନ୍ଦିରକୁ ଯାଇଥିବା ଚୌକିଯୋର ଛକ ଠାରେ ନିର୍ମାଣାଧୀନ କପିଳେଶ୍ବର ଗେଟକୁ ଆଜି ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି । ଏହି ଅବସରରେ ବିଜେଡିର ବିନିକା ବ୍ଳକ ସଭାପତିଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ।