(ରଜନୀ କାନ୍ତ ପାତ୍ର / ହିଞ୍ଜିଳିି) : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ବିଳମ୍ବିତ ରାତିରେ ସ୍ଥାନୀୟ ଥାନ ଖରିଡ଼ା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ(ଓଡ଼ି୦୨ବିଏସ ୧୦୫୯)କୁ ହିଞ୍ଜିଳି ପୁଲିସ ଜବତ କରିବା ସହ ଗୋଚାଲାଣକାରୀ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ହିଞ୍ଜିଳି ଥାନା ଆଙ୍କୋରଡ଼ାର ଦିଲିପ ସେଠି, ଭେଙ୍କଟରାୟପଲ୍ଲୀର ପି. ସୁକୁଟା, ଦିଗପହଣ୍ଡି ଥାନା ଶୁଣ୍ଢିପଲ୍ଲୀର ଦିଲିପ ନାୟକ ଓ ଗୋକର୍ଣ୍ଣପୁରର ରାଜା ନାୟକ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬୭୭/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଉଦ୍ଧାର ୬ ଗୋରୁକୁ ଗିରିଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ କହିଛନ୍ତି ।