କେନ୍ଦ୍ରାପଡା: ଆଜିଠାରୁ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ଜଣାଯାଇଛି । ଭଦ୍ରକ ଧାମରା ମୁହାଣଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡଲଫିନଙ୍କ ସଂଖ୍ୟା ଗଣନା କରାଯାଉଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ତେବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି ଅନୁସାରେ ୨୦୧୫ରୁ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଡଲଫିନ ଗଣନା ପାଇଁ ରାଜନଗର ବିଭାଗ ପକ୍ଷରୁ ୯ଟି ଟିମ ଗଠନ ହୋଇଛି । ପ୍ରତ୍ୟେକ ଟିମରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିବେ ।