ଗଛରେ ପିଟି ହେଲା କାର; ୩ ଆହତ

ବେତନଟୀ: ମୟୁରଭଞ୍ଜ ଜିଲ୍ଳା ୧୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଗଡଗଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛକୁ ଧକ୍କା ଦେଇଛି କାର । ଫଳରେ ଗାଡିରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ୱରରୁ କାର ଯୋଗେ may ଜଣ ବ୍ୟକ୍ତି ବାରିପଦା ଯିବା ସମୟରେ ଗଡଗଡିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ପଛପଟୁ ଏକ ଟ୍ରଲର ଧକ୍କା ଦେବାରୁ କାରଟି ଭାରସାମ୍ୟ ହରାଇ କ୍ସ୍ା କଡ ଏକ ଗଛ ସହିତ ଧକ୍କା ହୋଇଥିଲା । ଫଳରେ ଗାଡିରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ଖୋଳତାଡ ଆରମ୍ଭ କରିଛି ।