ରାଜ୍ୟ ସରକାର ନୟାଗଡ ଜିଲ୍ଲାରେ ହୋମିଓପାଥି ମେଡିକାଲ କଲେଜ ନିର୍ମାଣ ପାଇଁ ଘୋଷଣା କରିଥିଲେ । ସରକାରଙ୍କ ନିର୍ଦେଶରେ ନୟାଗଡ ଜିଲ୍ଲା ପ୍ରଶାସନ ଏଥି ପାଇଁ ଜମି ଖୋଜୁଥିଲେ । ୧୦ ଏକର ଜମି ଖୋଜା ଯାଉଥିବା ବେଳେ ହଠାତ ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକତ୍ସାଳୟରେ ଭେଷଜ ମେଡିକାଲ କଲେଜ ନିର୍ମାଣ କରାଯିବ ନେଇ ଖବର ମିଳିଥିଲା । ତେବେ ଜାଗା ପରିଦର୍ଶନ ପାଇଁ କମିଟି ଆସିଲେ, ଗଲେ କିନ୍ତୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଅନ୍ଧକାରରେ ରଖିଦେଇ ଗଲେ।

ଶନିବାର ଦିନ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅଞ୍ଜନା ପଣ୍ଡାଙ୍କ ନେତୃତ୍ୱରେ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ପରିଦର୍ଶନରେ ଏହାର ଭିତ୍ତିଭୂମି ଇତ୍ୟାଦି ତନଖି କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ସହିତ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସ ଓ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବ ଦମନ ଉପସ୍ଥିତ ରହିଥିଲେ । ତେବେ ପରିଦର୍ଶକ ମାନେ ଘଟଣା ସମ୍ପର୍କରେ ପରିପ୍ରକାଶ କରି ନଥିବା ବେଳେ ଏଠାରେ ଭେଷଜ ମହାବିଦ୍ୟାଳୟ ସ୍ଥାପନର ଆନୁସଙ୍ଗିକ ଭିତ୍ତି ଭୂମି ଥିବା ସେମାନେ ଅନୁଭବ କରିଥିଲେ ମଧ୍ୟ କିଛି ନକହି ମୁକ ବଧିର ସଦୃଶ ଫେରିଯିବା ଆଶ୍ଚର୍ଯ୍ୟ ଲାଗୁଛି । ରାଜ୍ୟରେ ଲୋକଙ୍କ ସରକାର ପ୍ରତିଷ୍ଠିତ ହୋଇଛି. ଯାହା କରାଯିବ, ତାହା ଲୋକଙ୍କ ମଙ୍ଗଳ ପାଇଁ କରାଯିବ. ରାଜକୋଷରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯାଇ ଉଚ୍ଚସ୍ତରୀୟ କମିଟି ପରିଦର୍ଶନରେ ଆସି ଲୁଚା ଛପା କାର୍ଯ୍ୟ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
