ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ,୬୭ ବର୍ଷରେ ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। କରୋନରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଥିଲେ ମଧ୍ୟ ପରେ ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆଡମିଟ ହୋଇଥିଲେ ହସ୍ପିଟାଲରେ। ପରଲୋକ ନେଇ ସ୍ପଷ୍ଟ କଲେ ବିନୋଦଙ୍କ ଝିଅ ମଲ୍ଲିକା ଦୁଆ। ଆସନ୍ତାକାଲି ଲୋଧି ଶ୍ମଶାନରେ କରାଯିବ ଅନ୍ତିମ ସଂସ୍କାର।
ସାମ୍ବାଦିକତା ବୃତ୍ତିରେ ଦୂରଦର୍ଶନ ଏବଂ ଏନଡିଟିଭିରେ କାମ କରିଥିଲେ ବିନୋଦ। ଅନ୍ୟାନ ଟିଭି ଚ୍ୟାନେଲ ଏବଂ ପୋର୍ଟାଲ ଗୁଡିକରେ ମଧ୍ୟ ଦେଖିବାକୁ ମିଳେ ତାଙ୍କର ଅନନ୍ୟ ଛାପ ।
ଦିଲ୍ଲୀର ରିଫ୍ୟୁଜି କଲୋନିରେ ଜନ୍ମିତ ବିନୋଦ ସାମ୍ବାଦିକତାରେ ନିଜର ୪୨ ବର୍ଷର ସୁନ୍ଦର ଅବଦାନ ଦେଇଛନ୍ତି । ସେ ସର୍ବଦା ସତକୁ ନିଜର ଦୃଢ ଶକ୍ତି ଭାବରେ ଗ୍ରହଣ କରିଥିଲେ ।
କରୋନାର ଦ୍ୱିତୀୟ ଲହରରେ ଉଭୟ ବିନୋଦ ଓ ତାଙ୍କ ସ୍ତ୍ରୀ ‘ଚିନା’ କରୋନାରେ ଆକ୍ରାନ୍ତ ହୋଇଥିଲେ । ଗୁରୁଗ୍ରାମର ଏକ ହସ୍ପିଟାଲରେ ଆଡମିଟ ହୋଇଥିଲା ବେଳେ କରୋନାର ଲମ୍ବା ଲଢେଇରେ ହାରିଯାଇଥିଲେ ସ୍ତ୍ରୀ ।ବିନୋଦ ଦୁଆ ନିଜର ଦୁଇ ଝିଅ ବକୁଲ ଦୁଆ ଓ ମଲ୍ଲିକା ଦୁଆଙ୍କ ସହ ରହୁଥିଲେ ।