ଭୁବନେଶ୍ୱର: ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୧୩୪ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ ବୟସ୍କ ୩୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ଼ ଅଛନ୍ତି । ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୯୬ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଛି ତଥ୍ୟ ।
ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲାରୁ ୨ଜଣ, କଟକରୁ୧୭ ଜଣ, ଗଞ୍ଚାମରୁ ୫ଜଣ, ଜଗତସିଂହପୁରରୁ ୪ ଜଣ, ଯାଯପୁରରୁ ୭ଜଣ,ଝାରସୁଗୁଡାରୁ ୩ଜଣ, ଖୋର୍ଦ୍ଦାରୁ ୯୬ଜଣ,କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୨୧ଜଣ,ପୁରୀରୁ ୧୦ଜଣ,ସମ୍ବଲପୁରରୁ ୧୧ଜଣ,ସୋନପୁରରୁ ୨ଜଣ ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ,ବରଗଡ, ନବରଙ୍ଗପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ ପୁଲରୁ ୨୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତମାନ ୧୦ ଲକ୍ଷ୪୯ହଜାର୧୦୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୧୦ଲକ୍ଷ୩୮ହଜାର୩୦୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୨ହଜାର୩୩୮ ଜଣ ସଂକ୍ରମିତ ଅଛନ୍ତି ।