ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ପୁରୀ ସଂସ୍କୃତି ଭବନ ଠାରେ ନୂତନ ସମ୍ବାଦପତ୍ର ଲୋକାର୍ପଣ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସଭାପତିତ୍ବ ଭାବେ ଶିକ୍ଷାବିତ ହରେକୃଷ୍ଣ ଶତପଥି, ଯୁବନେତା ଶୁଭାଶିଷ ଖୁଣ୍ଟିଆ, ଗୌରହରି ପ୍ରଧାନ, ଶଙ୍କର୍ଷଣ ପରିଡା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ରାଜେଶ ମହାନ୍ତି ସମ୍ପାଦକୀୟ ପାଠ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ବର କୋଟି କୋଟି ଲୋକଙ୍କ ଆସ୍ଥା, ବିଶ୍ବାସ ଏବଂ ଭାବନାର ମୂଳପୀଠ। ତେଣୁ ଶ୍ରୀମନ୍ଦିରର ସେବାୟତ ମାନେ ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରିବା ସହ ଭକ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ବୈଠକରେ ଯୋଗ ଦେଇଥିବା ଅତିଥି ମାନେ ମତ ଦେଇଛନ୍ତି।