୩ଦିନ ପାଇଁ ମା’ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ
ଆଜି ମଣ୍ଡପରେ ମା ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ ।
(ଜଗତସିଂହପୁର) : ଆଜି ମଣ୍ଡପରେ ମା ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ । ଆଜି ମା’ ଶାରଳା ମହିଷାମର୍ଦ୍ଦିନୀ ବେଶରେ ସୁସଜିତ ହେବା ସହ ମା’ଙ୍କ ନିକଟରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ କରାଯିବ । ଆଜି ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ମା’ଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି ।
ସୂଚନାନୁଯାୟୀ , ତେବେ ଆଜି ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ମା’ଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । କେବଳ ମନ୍ଦିର ପୂଜକ, ସେବକ,ସେବା ନିଯୋଗୀ ନିର୍ଦ୍ଦିଷ୍ଟ ସଂଖ୍ୟକ ପୂଜକଙ୍କୁ ନେଇ ପୂଜାନୀତି ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଏସ୍.ଓ.ପି. ମାନି ପାର୍ବଣ ପୂଜା ସମାପନ କରିବାକୁ ଶାରଳା ମନ୍ଦିର ପ୍ରଶାସନକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।