(ରିପୋର୍ଟସ ଟୁଡ଼େ): ପାହାଡ଼ିଆ ରାସ୍ତା ଡ଼େଇଁ ପ୍ରସୂତିକୁ ସେବା କରି ଚର୍ଚ୍ଚାକୁ ଆସିଥିବା ଡ଼ାକ୍ତର ଯଜ୍ଞଦତ୍ତ ରଥ ପାଇବେ ଆଇଏମଏ ପୁରସ୍କାର । ନିଜ ଚାକିରି କାଳ ମଧ୍ୟରେ ଶ୍ରୀ ରଥ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରୁ ପ୍ରାୟ ୫ କିଲୋମିଟରୁ ନଈ ଓ ପାହାଡିଆ ରାସ୍ତା ଅତିକ୍ରମ କରି ପ୍ରସୂତିଙ୍କ ଉତ୍ତମ ସେବା କରି ଓଡିଶାର ତଥା ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ତାଙ୍କର ଏହି ସଫଳତା ଉଦ୍ୟମ ଯୋଗୁଁ ଇଣ୍ଡିଆନ୍ ଆସୋସିଏସନ ଆୱାର୍ଡ କମିଟି ଚଳିତବର୍ଷ ଆଇଏମଏସିଟି ଥାକର ପୁରସ୍କାର ପାଇଁ ତାଙ୍କୁ ବିବେଚିତ କରିଛନ୍ତି।
ଚଳିତବର୍ଷ ଇଣ୍ଡିଆନ ମେଡକାଲ ଆସୋସିଏନ ପକ୍ଷରୁ ବାଙ୍ଗାଲୋର ଠାରେ ୭୯ତମ ସେଣ୍ଟରାଲ୍ କାଉନସିଲ୍ ବୈଠକରେ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ବର୍ତ୍ତମାନ ନୟାଗଡ ଜିଲ୍ଲାରେ କାର୍ୟ୍ୟରତ ଡା. ଯଜ୍ଞଦତ୍ତ ରଥ ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗ୍ରାମରେ ତଥା ବିଶିଷ୍ଟ ସମାଜସେବୀ ମୁରଲିଧର ରଥଙ୍କ ନାତୀ ଅଟନ୍ତି। ଏହି ଖବର ପ୍ରସାରଣ ହେବା ପରେ ଡା. ଯଜ୍ଞଦତ୍ତ ରଥଙ୍କୁ ବିଭିନ୍ନ ମହଲରୁ ଶଭେଚ୍ଛାର ସୁଅ ଛୁଟିଛି।