ଭାରତ ସ୍କାଉଟ ଓ ଗାଇଡସ ତରଫରୁ ରକ୍ତଦାନ ଶିବିର

ଖୋର୍ଦ୍ଧା (ଶେଖ୍ ଅର୍ ଶଦ୍ ଉଲ୍ ହକ୍): ଆଜି ଖୋର୍ଦ୍ଧା ଜିଲ୍ଳା ଭାରତ ସ୍କାଉଟସ ଓ ଗାଇଡସ ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶାଳ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଜିଲ୍ଳାପାଳ ସନତ କୁମାର ମହାନ୍ତି ଉଦଘାଟନ କରିଛନ୍ତି । ସେହିପରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର । ଖୋର୍ଦ୍ଧା ଜିଲ୍ଳା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟସ ଓ ଗାଇଡସର ଜିଲ୍ଳା ମୁଖ୍ୟ କମିଶନର ବନ୍ଦନା ମହାପାତ୍ର ଉପସ୍ଥିତ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଓ ମହତ୍ୱାକାଂକ୍ଷୀ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଅମିତ୍ରା ପ୍ରୀତିନନ୍ଦା ଏବଂ ସ୍ନିଗ୍ଧା ମିଶ୍ର ଏହି ଉତ୍ସବରେ ଯୋଗଦାନ କରିଥିଲେ ।
ଜିଲ୍ଳା ସ୍କାଉଟସ ସଂଗଠନ ତରଫରୁ ରକ୍ତଦାନ ଶିବିରକୁ ଜିଲ୍ଳା ସ୍କାଉଟସ କମିଶନର ପୀତବାସ ପଟ୍ଟନାୟକ, ଜିଲ୍ଳା ସମ୍ପାଦକ ପଠାଣି ଆଗ୍ରାସିଂହ, ଜିଲ୍ଳା ସ୍କାଉଟସ ସଂଗଠନ କମିଶନର ଦିବାକର ପଟ୍ଟନାୟକ, ଜିଲ୍ଳା ଗାଇଡସ ସଂଗଠନ କମିଶନର ଅନୁସୟା ସୁନ୍ଦରାୟ ଏବଂ ଜିଲ୍ଳା ସ୍କାଉଟ ପ୍ରତିନିଧି ଭୂବନାନନ୍ଦ ରାଉତ, ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଳା ସଂଗଠକ ଦିଲ୍ଳୀପ କୁମାର ହୋତା ଏବଂ ଅନ୍ୟାନ୍ୟ କର୍ମଚାରୀ. ଓଷ୍ଟାର ଜିଲ୍ଳା ପଦାଧିକାରୀ ଓ ଜିଲ୍ଳାର ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୪ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।