(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ତରଭା ଦମକଳ କେନ୍ଦ୍ରର ଅବସ୍ଥିତି ଅତି ଶୋଚନୀୟ । ଅଗ୍ନିଶମ କର୍ମଚାରୀମାନେ ବନ୍ୟା ବାତ୍ୟା ସମୟରେ ସାଧାରଣ ଜନତାଙ୍କୁ ଉଦ୍ଧାର କରିଥାନ୍ତି। କିନ୍ତୁ ନିବୃତ୍ତିରେ ବନ୍ୟା ଆସିଲେ ପ୍ରଥମେ ତରଭା ଅଗ୍ନିଶମ ସେବା କେନ୍ଦ୍ରକୁ ବନ୍ୟା ଜଳ ମାଡ଼ିଥାଏ। ଦମକଳ ଗାଡ଼ିଗୁଡ଼ିକୁ ସ୍ଥାନାନ୍ତରଣ, ଅଫିସର କାଗଜପତ୍ର ଓ ଆସବାପତ୍ରକୁ ସୁରକ୍ଷିତ କରିବାରେ ଲାଗି ଯାଆନ୍ତି କର୍ମଚାରୀ। ବନ୍ୟା ଦ୍ବାରା ପ୍ରଥମେ ପ୍ରଭାବିତ ହୁଅନ୍ତି ଅଗ୍ନିଶମ କର୍ମଚାରୀ ଓ ପ୍ରଥମ କ୍ଷୟକ୍ଷତି ହୁଏ ଦମକଳ କେନ୍ଦ୍ରରେ। ଦମକଳ କେନ୍ଦ୍ରର ଅବସ୍ଥିତି ନଦୀ କୂଳରେ ଓ ନଦୀ ପୃଷ୍ଠରୁ ଅତି କମ୍ ଉଚ୍ଚତାରେ ତିଆରି ହୋଇଥିବାରୁ ଏହି ଅସୁବିଧା ଦେଖାଯାଏ। ଗତ ଦୁଇ ଦିନ ଲଗାଣ ବର୍ଷାରେ ଦମକଳ କେନ୍ଦ୍ରକୁ ପାଣି ଆଶିବା ଦ୍ୱାରା ଦମକଳ ଗାଡ଼ି ଗୁଡ଼ିକୁ ବ୍ଲକ ଅଫିସ ସାମ୍ନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏମିତି ଅସୁବିଧା ଆଗକୁ ନହେବା ପାଇଁ ଏକ ଉଚ୍ଚ ସ୍ଥାନରେ ଦମକଳ କେନ୍ଦ୍ର ହେବାକୁ ଜନସାଧାରଣରେ ଦାବି ହେଉଛି।