ବ୍ୟବସାୟୀ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକ ଗିରଫ

ଭୁବନେଶ୍ୱର/ଆଦର୍ଶ ରାଉତ: ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୱେବ ପୋର୍ଟାଲ ଦ୍ୱାରା ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଫେରାର ପୋର୍ଟାଲ ମାଲିକ ରାଜା ଗିରଫ । କୋଲକାତାରୁ ରାଜାକୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ୱେବ ପୋର୍ଟାଲ ଲାଇଭ କଳିଙ୍ଗ ଦ୍ୱାରା ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ତାଙ୍କୁ ପୋର୍ଟାଲର ଚନ୍ଦ୍ରଶେଖରପୁରସ୍ଥିତ ଅଫିସକୁ ଡକାଯାଇ ଟଙ୍କା ମଗାଯାଇଥିଲା । ଟଙ୍କା ଦେବାକୁ ସେ ମନା କରିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ପରେ ଏନେଇ ଏକ ଅଭିଯୋଗ ଥାନାରେ ହୋଇଥିଲା । ପୂର୍ବରୁ ଅଭିଯୋଗ ଆଧାରରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ରାଜା ଫେରାର ଥିଲା ।
ଏସମ୍ପର୍କରେ ଭୁବନେଶ୍ୱର ଡିସିପି କହିଛନ୍ତି, ଲାଇଭ କଳିଙ୍ଗର କୌଣସି କର୍ମଚାରୀ ଦ୍ୱାରା କୌଣସି ବ୍ୟଖ୍ତି ଯଦି ଧମକ ଚକମ ବା ବଟିର ଶିକାର ହୋଇଛନ୍ତି, ସମ୍ପୃକ୍ତ ବ୍ୟକ୍ତି ନନ୍ଦନକାନନ ଥାନା କିମ୍ବା ଡିସିପି ଅଫିସରେ ଅଭିଯୋଗ କରିପାରିବେ ।