ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ

ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ଦୂତି ଚାନ୍ଦଙ୍କ ବିଷୟରେ ଅପମାନକଜନକ ଖବର ପ୍ରସାରଣ କରିବା ଓ ବ୍ଲାକମେଲ କରିବା ନେଇ ପୋଲିସ ଜଣକୁ ଅଟକ ରଖିଛି । ଅଟକ ଜଣକ ହେଲେ ଫୋକସ ପ୍ଲସ ଓଡିଶା ନାମକ େଓ୍ବ ପୋର୍ଟଲ ସଂପାଦକ ସୁଧାଂଶୁ ଶେଖର ରାଉତ । ଆଜି ମହିଳା ଥାନା ପୋଲିସ ଝାଡପଡା ସ୍ଥିତ େଓ୍ବ ଚ୍ୟାନାଲ ଅଫିସରୁ ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଉଠାଇ ନେଇଛି । ଦୂତି ଚାନ୍ଦଙ୍କ ଏତଲା ଅଭିଯୋଗ ଆଧାରରେ ତିନି ଜଣଙ୍କୁ ପଚରା ଉଚରା କରୁଛି ମହିଳା ଥାନା । ଏନେଇ ଦୂତି ଗତ ୧ ତାରିଖ ଦିନ ଏକ ଅଭିଯୋଗ କରିଥିଲେ । ଫୋକସ ପ୍ଲସ ଓଡିଶା ।ମକ େଓ୍ବ ପୋର୍ଟଲର ସଂପାଦକ ସୁଧାଂଶୁ ଶେଖର ରାଉତ , ରିପୋର୍ଟର ସ୍ମୁତି ବେହେରା ଓ ପ୍ରଦୀପ ପ୍ରଧାନଙ୍କ ନାମରେ ଏତଲା କରିଥିଲେ ।
ଅଭିଯୋଗ ଅନୁଯାୟୀ ୨୯୨(୨) , ୩୫୪ – ଏ, ୩୮୫, ୫୦୬. ୫୦୯.୧୨୦-ବି ଓ ୬ ରେ ଅଭିଯୁକ୍ତ ନାମରେ ଦଫା ଲାଗିଛି ।