ନିଷିଦ୍ଧାଞ୍ଚଳରେ ବାଘ
ପାରାଦ୍ୱୀପ (ପ୍ରଶାନ୍ତ କୁମାର ସ୍ଵାଇଁ): ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ବୁଲୁଛି ବାଘ । ଏକ ଭିଜୁଆଲ ଭାଇରାଲ ହେବା ପରେ, ଏହାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରେ ଏହା ବାଘ ନା ବଡ ଭୁଆଁ ବିଲେଇ ତାହା ସ୍ପଷ୍ଟ ଜଣାପଡିନାହିଁ ।
ଦୁଇବର୍ଷ ତଳେ ମଧ୍ୟ ଏହିଭଳି ଏକ ବିଲେଇ ଗଲ୍ଫ କୋର୍ସ ରାସ୍ତାରେ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲା । ଏହାର ଆକାରକୁ ନେଇ ପ୍ରଥମେ ଏହାକୁ ସମସ୍ତେ ବାଘ ବୋଲି କହିଥିବା ବେଳେ ପରେ ଏହା ଏକ ବଣ ଭୁଆଁ ବିଲେଇ ବୋଲି ବନବିଭାଗ ସ୍ପଷ୍ଟ କରିଥିଲା । ପାରାଦ୍ୱୀପର ଗଲ୍ଫ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳରେ ଘଞ୍ଚ ଜଙ୍ଗଲିଆ ସ୍ଥାନ ରହିଥିବାରୁ ଏବେବି ଏଠାରେ ପ୍ରଚୁର ବିଲୁଆ ଥିବା ବେଳେ ପୂର୍ବରୁ ହେଟାବାଘ ମଧ୍ୟ ଦେଖାଯାଆନ୍ତି । ମାତ୍ର ସିସିଟିଭି ଫୁଟେଜରେ ଦେଖାଯାଉଥିବା ଜନ୍ତୁଟି ବହୁତ ବଡ଼ ଓ ଲମ୍ବା ଦେଖା ଯାଉଥିବାରୁ ଲୋକମାନେ ଏହାକୁ ଚିତାବାଘ ବୋଲି ଅନୁମାନ କରୁଛନ୍ତି । ତେଣୁ ଭୟରେ ଘରୁ ବାହାରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି ସ୍ଥାନୀୟ ଲୋକେ ।