ଆନ୍ଦୋଳନ କହୁଛି ସବୁ ଠିକ ନାହିଁ

ଭୁବନେଶ୍ୱର/ ରାଜେଶ ସାହୁ: ଏପଟେ ବିଧାନସଭା ସେପଟେ ପୁଳାପୁଳା ଆନ୍ଦୋଳକାରୀ । ବିଧାନସଭାରେ ବିରୋଧୀ, ରାଜରାସ୍ତାରେ ଜନତାଙ୍କ ଆନ୍ଦୋଳନ । ବିରୋଧୀଙ୍କ ହଙ୍ଗାମାରେ ବିଧାମସଭା ମୁଲତବୀ, ଆନ୍ଦୋଳକାରୀଙ୍କ ଆନ୍ଦୋଳନରେ ସରକାର ଚୁପ । ମୌସୁମୀ ଅଧିବେଶନ ଆରମ୍ଭରୁ ସରଗରମ ରାଜଧାନୀ ଭୁବନେଶ୍ୱର ।

ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ନିଜ ନିଜ ନେତାଙ୍କୁ ନେଇ ଚଲାଇନ୍ତି ଗୋଟି ଚାଳନା । ଯାହା ଦ୍ୱାରା ବିଧାନସଭା ଗୃହ ବାରମ୍ବାର ମୁଲତବୀ ହେବାରେ ଲାଗିଛି । ଏପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ଧାରଣାରେ ବସିଛନ୍ତି ଭିନ୍ନଭିନ୍ନ ସଂଗଠନର କର୍ମକର୍ତ୍ତା ନିଜ ନିଜର ହକ ପାଇବା ପାଇଁ । ଏପଟେ ସରକାର ମଧ୍ୟ ଛାନିଆରେ । ହେଲେ ଏନେଇ ଆନ୍ଦୋଳନ କାରୀ ଓ ନେତା କଣ କହୁଛନ୍ତି ଶୁଣନ୍ତ୍ୁ ।

ମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି । ୮ ଘଣ୍ଟା କାମ କରି ମାସିକ ୨୦୦୦ ଟଙ୍କାର ପାରିଶ୍ରମିକ ପାଉଛନ୍ତି, ଯାହାକୁ ନେଇ ଆଜିର ବଜାରରେ ଚଳିବା କଷ୍ଟକର । । ଏହା ସହ ରାଜ୍ୟ ସରକାରଙ୍କ ପାଖରେ ୭ ଗୋଟି ଦାବି ରଖିଛନ୍ତି । ଜଳଯୋଗାଣ ମହାସଂଘର କର୍ମଚାରୀ ।

ଏହା ସହ କାର୍ଯ୍ୟ କରୁଥିବା ସମୟରେ କୌଣସୀ କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ଲକ୍ଷ କ୍ଷତିପୂରଣ ସହ ଉକ୍ତ ପରିବାରରୁ ସେହି ସଂସ୍ଥାରେ ଜଣଙ୍କୁ ନିଯୁକ୍ତି ଦାବି କରିଛନ୍ତି ଆନ୍ଦୋଳନକାରୀ ।

ତେବେ ପ୍ରଶ୍ନ ଉଠୁଛି ପୁଳାପୁଳା ଆନ୍ଦୋଳକରୀଙ୍କ ସମସ୍ୟା କେବେ ସମାଧାନ ହେବ ଓ ରାଜ୍ୟ ସରକାର ଏମାନଙ୍କ କଥାକୁ କେତେ ଗ୍ରହଣ କରିବ ତାହା ଆଗାମୀ ଦିନ କହିବ । ହେଲେ ରାଜ୍ୟରେ ଯେ ଅନେକ ସମସ୍ୟା ରହିଛି ତାହା ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ ଦେଖି ସ୍ପଷ୍ଟ ହେଉଛି ।