ଡାକ ବଙ୍ଗଳାରେ ଟ୍ରାକ୍ଟର ମାଲିକ ସଂଙ୍ଘ

(ଜଳେଶ୍ୱର, ଅଜିତ ସାହୁ): ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ରାସ୍ତା, ସ୍କୁଲ ଘର ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି । ତେବେ ଏହି ସବୁ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଅଧିକାଂଶ ସମୟରେ ରାଜସ୍ୱ ବିଭାଗ ଏବଂ ପୋଲିସ ଜୁଲୁମର ଶିକାର ହେଉଛନ୍ତି । ଟ୍ରାକ୍ଟର ଜବତ କରାଯିବା ସହ ଗାଡି ମାଲିକ ମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇ ଡ୍ରାଇଭର ମାନଙ୍କୁ ମଧ୍ୟ ଗିରଫ କରାଯାଉଛି । ଏ ନେଇ ଟ୍ରାକ୍ଟର ମାଲିକ ମାନେ ବାଲିଆପାଳ ଡାକ ବଙ୍ଗଳାରେ ସଙ୍ଗଠିତ ହୋଇ ନବ ଗଠିତ ବାଲିଆପାଳ ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲ ଓ ପୋଲିସ ପ୍ରସାଶନକୁ ଭେଟି ସମସ୍ୟା ସମାଧାନ କରିବାକୁ ଦାବି ଜଣାଇଛନ୍ତି ।

ଟ୍ରାକ୍ଟର ପରିବହନ କାର୍ଯ୍ୟରେ  ନିୟୋଜିତ ହୋଇ ଅଞ୍ଚଳର ୧୦୦୦ରୁ ଉଦ୍ଧ୍ୱର୍ ଶିକ୍ଷିତ ଯୁବକ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ କମିଟି ଗଠନ କରି ସଂଙ୍ଘକୁ ମଜବୁତ କରିବା ପାଇଁ ସଭାପତି ବଳରାମ ସାହୁ ଆହ୍ୱାନ ଦେଇଛନ୍ତି ।