କ୍ରାଇମବ୍ରାଞ୍ଚ ଉପରେ ଭରସା ପାଉନି ସୌମ୍ୟଙ୍କ ପରିବାରର
ଭୁବନେଶ୍ୱର: କିଛି ଦିନର ବିରାମ, ପୁଣି ଆକ୍ଟିଭ ହୋଇଛି କ୍ରାଇମ ବ୍ରାଞ୍ଚ । ଏସିଏଫ ସୌମ୍ୟ ହତ୍ୟା ଘଟଣାରେ ବାଲେଶ୍ୱରରେ କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ । ବେଗୁନିଆରେ ପହଞ୍ଚି ତାଙ୍କ ବାପା, ମା, ଭାଇ ଓ ମାମୁଁଙ୍କ ବୟାନ ରେକର୍ଡ କରିଛି । ଆସନ୍ତା କାଲି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟା ଭାରତୀଙ୍କୁ ଜେରା କରିବ କ୍ରାଇମ ବ୍ରାଞ୍ଚ । କିନ୍ତୁ କ୍ରାଇମ ବ୍ରାଞ୍ଚ ଉପରେ ଭରସା କରି ପାରୁନାହାନ୍ତି ସୌମ୍ୟଙ୍କ ପରିବାର । କିଛିଦିନ ପୂର୍ବେ କ୍ରାଇମବ୍ରାଞ୍ଚ କିଛି କଥା ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଥିଲେ ଏ ତଦନ୍ତ ଆଗକୁ ଯାଇପାରିବ ନାହିଁ କାରଣ ଉପରୁ ନିର୍ଦ୍ଦେଶ ଆସିଛି । ସେ ତେବେ ଉପରେ କିଏ ? ନିର୍ଦ୍ଦେଶ ଦେଇଥିବା ଲୋକଟି ମନ୍ତ୍ରୀ ନା ଅଧିକାରୀ । କିନ୍ତୁ ଆଜି ଅଚାନକ ପହଞ୍ଚିଥିଲେ ସୌମ୍ୟଙ୍କ ଘରେ । ଆଉ କୁହା ଗଲା ବିଦ୍ୟାଭାରତିଙ୍କୁ ମଧ୍ୟ ଜେରା କରାଯିବ । ଏସବୁ ଦେଖିଲା ପରେ ଲାଗୁଛି ଏ ଘଟଣାକୁ ଆଉ କେଉଁ ମୋଡ ଦେବାକୁ ଚାଲିଛୀ ଷଡଯନ୍ତ୍ର । ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ , ଆଉ ଏହାରି ପୂର୍ବରୁ ସୌମ୍ୟଙ୍କ ପରିବାର ବିରୋଧି ଦଳ ସହ ଦେଖା କରିଛନ୍ତି । ଅଧିବେଶନରେ କୌଣସି ହଟଗୋଳ ନହେବା ପାଇଁ ରାକନୀତି ଗୋଟି ଚଳାଇଲା ଶାସକ ଦଳ । ଆଉ ନିଜକୁ ସ୍ୱଛ ଦେଖାଇବାକୁ ଯାଇ କ୍ରାଇମବ୍ରାଞ୍ଚ ନାଁରେ କିଛି ମୋହର ପଠାଇଲା ସୌମ୍ୟଙ୍କ ଘରକୁ । କିନ୍ତୁ ଏହି ତଦନ୍ତରେ ଅସନ୍ତୋଷ ସୌମ୍ୟଙ୍କ ପରିବାର । କଣ ପାଇଁ ସୌମ୍ୟଙ୍କ ପରିିବାରକୁ ସନ୍ତୁଷ୍ଟ କରିପାରୁନି ତଦନ୍ତ କାରୀ ଦଳ ? କ୍ରାଇମ ବ୍ରାଞ୍ଚର ରହିଛି କି ପ୍ରମୋଶନ ଲୋଭ ? ଯେଉଁଥି ପାଇଁ ତଦନ୍ତଙ୍କୁ ଦିଗହରା କରାଯାଉଛି ବା ସରକାର ସହ ସାଲିସ କରାଯାଉଛି । ତଦନ୍ତ ନାଁରେ କଣ ପାଇଁ ଭୁଆଁ ବୁଲାଯାଉଛି ମୃତ ସୌମ୍ୟଙ୍କ ପରିବାରକୁ ? ଆଜିଠୁ ବିଧାନସଭା ଚାଲିଛି ଓ ବିରୋଧୀ ଏହାକୁ ନେଇ ଗୃହରେ ସରକାରକୁ ଘେରିବା ଭୟରେ ଏପରି କରାଯାଇଛି ବୋଲି ସୌମ୍ୟଙ୍କ ପରିବାର ବର୍ଗ କହୁଛନ୍ତି ।