ଟଙ୍କା ବଣ୍ଟାକୁ କେନ୍ଦ୍ର କରି, ଗାଁରେ ଉତ୍ତେଜନା
ଜଳେଶ୍ୱର, ଅଜିତ ସାହୁ: ଟଙ୍କା ବଣ୍ଟନକୁ କେନ୍ଦ୍ର କରି, ଗାଁରେ ଉତ୍ତେଜନା । ଏ ଦୃଶ୍ୟ ହେଉଛି, ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ବେଣାପୁରା ଗ୍ରାମର । ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଓ ବସ୍ତା ଥାନା ବେଣାପୁରା ଠାରେ, ସୁବର୍ଣ୍ଣ ରେଖା ନଦୀ ବାଲି ସୌରାତକୁ ସରକାରୀ ଭାବରେ ନିଲାମ ଦିଆ ଯାଇଛି । କିନ୍ତୁ ସୌରାତରୁ ବାଲି ଉତ୍ତୋଳନ କରି ଯିବା ଆସିବା ପାଇଁ ମାଇନିଙ୍ଗ ପ୍ଲାନରେ ନଥିଲା ରାସ୍ତା । ।ତଣୁ ଗ୍ରାମବାସିଙ୍କ ସମ୍ମତି କ୍ରମେ ବାଲି ବୋଝେଇ ଗାଡ଼ି, ଗାଁ ରାସ୍ତା ଦେଇ ଯିବା ଆସିବା କରୁଥିଲା । ତେବେ ରାସ୍ତାର ମରାମତି ଓ ଗ୍ରାମର ଉନ୍ନତି ପାଇଁ ସୌରାତ ଲିଜ ଧାରୀ ଗାଁକୁ କିଛି ଟଙ୍କା ପ୍ରଦାନ କରିଥିଲେ । ହେଲେ ଏହି ଟଙ୍କାକୁ ଦାୟିତ୍ୱରେ ଥିବା ବ୍ୟକ୍ତି ମାନେ ନିଜ ଦଳ ଭିତିରେ ବାଣ୍ଟିବା ସହିତ ଅର୍ଥ ହଡପ କରାଯାଉଛି ଅଭିଯୋଗ ଆସିବାରୁ ଗ୍ରାମରେ କିଛି ସମୟ ପାିଁ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ଅମର୍ଦା ଫାଣ୍ଡି ପୋଲିସ ଓ ସ୍ଥାନୀୟ ରାଜସ୍ୱ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଘଟଣା ସ୍ଥଳରୁ କୌଣସି ଟଙ୍କା ମିଳିନଥିବା ବେଳେ, ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି।