ଭୁବନେଶ୍ୱର (ରିପୋର୍ଟସ ଟୁଡେ) : ୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ଦୁଇଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରେ ଜଣେ ସେନାର ବରିଷ୍ଠ ଅଧିକାରି ସାମିଲ ଅଛନ୍ତି । ଏହି ଦୁଇ ଦୋଷୀଙ୍କ ନାମ ରାକେଶ ରାଣା ଏବଂ ବ୍ରୁକ୍ସନ ଇନଫାଷ୍ଟ୍ରକଚର ମ୍ୟାନେଜିଙ୍ଗ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ପଣ୍ଡା । କୋର୍ଟ ଏହି ଦୁଇ ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କା ସହିତ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି କୋଟି କୋଟି ଟଙ୍କା ଠକେଇର ମାମଲାକୁ ଅର୍ଥନୈତିକ ଅପରାଧ ଶାଖାର ଡେପୁଟି ଏସପି ଶ୍ରିନିବାସ ପାଢୀଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା । ପତିତ ପାବନ ବିଶ୍ୱାଳଙ୍କୁ ପ୍ଲଟ ଦେବା ନାମରେ ତାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଠକିଥିଲେ । ପତିତ ପାବନ ଏନେଇ ସୈନିକ ଓ୍ବଲ ଫେୟାର ଇଣ୍ଡିଆ ର ଚେୟାର ମ୍ୟାନ ରାକେଶ ରାଣା ବ୍ରୁକ୍ସନ ମେନେଜିଙ୍ଗ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ବିରୋଧରେ ଏତଲା ଦାୟର କରିଥିଲେ ।