ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଅଳିଆଗଦାରେ ନିଆଁ

(ରିପୋର୍ଟସ ଟୁଡ଼େ) ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଅଳିଆଗଦାରେ ନିଆଁ । ମେଘନାଦ ପାଚେରୀକୁ ଲାଗି ପେଜନଳା କଡ଼ରେ ପାହାଡ଼ ଭଳି ଠିଆ ହୋଇଥିବା ଅଳିଆଗଦାରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା ।ଏହି ଅଗ୍ନିକାଣ୍ଡରୁ ଶ୍ରୀ ମନ୍ଦିର ରୋଷଘର ବର୍ତ୍ତିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୀର୍ଘ ୨୦ ମିନିଟ୍ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ରୋଷଘରୁ ବାହାରିଥିବା ସମସ୍ତ ମଇଳା ଏଠାରେ ଜମା ହୋଇଥିଲା । କେହି ଜଣେ ଅଜଣା ଲୋକ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।