ମାଓପ୍ରବଣ ଇଲାକାରେ ପୋଲିସ ଡିଜି ଅଭୟ
(କନ୍ଧମାଳ): କନ୍ଧମାଳ ଜିଲ୍ଲାର ଉପାନ୍ତ ମାଓବାଦୀ ଇଲାକାରେ ପହଞ୍ଚିଛନ୍ତି ଡିଜି ଅଭୟ । ସୂଚନା ଅନୁଯାୟୀ କୋଟଗଡ଼ ଉପାନ୍ତ ମାଓବାଦୀ ଅଞ୍ଚଳରେ ପହଞ୍ଚି ଏକ ନୂତନ ଥାନାକୁ ଉଦଘାଟନ କରିଥିଲେ ଡିଜି । ତାଙ୍କ ସହିତ ଯୋଗ ଦେଇଥିଲେ ବ୍ରହ୍ମପୁର ଡିଆଇଜି ଆଇପିଏସ ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ଭିନିତି ଅଗ୍ରୱାଲ, ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରି ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର । ପରେ ଡିଜି ଅଭୟ ନୂତନ ଥାନାକୁ ରିବନ କାଟି ଉଦଘାଟନ କରିିଥିଲେ । ଏହି ଥାନା ହେବା ଦ୍ୱାରା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି କୋଟଗଡ଼ ଆଇଆଇସି କହିବା ସହ ଖୁସିବ୍ୟକ୍ତ ମଧ୍ୟ କରିଥିଲେ ।