ସାଲେପୁର ଠାରୁ ଖନ୍ଦଳ ରାସ୍ତା ଅତି ଶୋଚନୀୟ
ତାରାକାନ୍ତ ନାୟକ / ସାଲେପୁର: କଟକ-ଯାଜପୁର ଏହି ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ସାଲେପୁର ଛତିଆ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ପ୍ରତିଦିନ ରାସ୍ତାର ଦୁରବସ୍ଥା ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି । ଶୋଚନୀୟ ଅବସ୍ଥା ରେ ସାଲେପୁର ଛତିଆ ପୂର୍ତ୍ତ ସଡ଼କ ରାସ୍ତା । ସାଲେପୁରଠାରୁ ଆରମ୍ଭ କରି ଖନ୍ଦୋଳ ପର୍ୟ୍ୟନ୍ତ ୯ ଳଜ୍ଞ ପର୍ଯ୍ୟନ୍ତ କୋଉଠି ରାସ୍ତାରେ ପାଣି ଜମି ରହିଛି ତ୍ ଆଉ କୋଉଠି ପିଚୁ ଉଠି ରାସ୍ତା ପୁରା ଖାଲ ହୋଇ ରହିଛି।ଦୈନିକ ୫୦ ହଜାରରୁ ଉର୍ଦ୍ଧ ଲୋକ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ବିଭାଗର ନିଘା ନାହିଁ ।ଲୋକେ ଅଭିଯୋଗ କଲେ ପୂର୍ତ୍ତ ବିଭାଗର ଅଧିକାରୀ ଆସି ଖାଲରେ ଡଷ୍ଟ ଗୁଣ୍ଡ ବିଞ୍ଛି ଦେଇ ପଳାନ୍ତି । ହେଲେଅସରାଏ ବର୍ଷା ହେଲେ ଯୋଉ କଥାକୁ ସେଇ କଥା । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବାଟୋଇ ମାନେ ଦାବି କରିଛନ୍ତି । ସେପଟେ ବିଭାଗୀୟ ଅଧିକାର କହିଛନ୍ତି ଟେଣ୍ଡର ହୋଇ ସାରିଛି ଖୁବ୍ ଶୀଘ୍ର କାମ ହେବ।ତେବେ ରାସ୍ତାର ଅବସ୍ଥା କେବେ ସୁଧୁରୁଛି ତାହା ଆଗକୁ ଦେଖିବା ପାଇଁ ବାକି ରହିଲା।