ଟିମ ସିଲଭରସିଟିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

କଟକ, ଜଗନ୍ନାଥ ମହାନ୍ତି: ରାଜ୍ୟ ସରକାରଙ୍କ ନୂତନ କୋଭିଡ ଗାଇଡ ଲାଇନ ଅନୁଯାୟୀ ସମସ୍ତ ପୂଜାରେ ମୃଣ୍ମୟ ମୂର୍ତ୍ତିଙ୍କ ଉଚ୍ଚତା ୪ ଫୁଟ୍ କରାଯିବା ଏବଂ ପରଦା ପଛରେ ପୂଜାକାର୍ୟ୍ୟ ସମ୍ପାଦନ କରାଯିବ। ଏହାକୁ ବିରୋଧ କରି ଟିମ୍ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ।ଆଜି ସକାଳ ସମୟରେ ଚାଉଳିଆଗଞ୍ଜ ପୂଜା କମିଟି ସମ୍ମୁଖରେ ପ୍ଲାଏକାର୍ଡ ଧରି କୋଭିଡ଼ ନିୟମ ପାଳନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। କେବଳ ପୂଜା ପର୍ବାଣୀ ସମୟରେ କରୋନା କଟକଣା କଣ ପାଇଁ ଏତେ କଠୋର କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସଂଗଠନର ସଦସ୍ୟ। କଟକର ମୁଖ୍ୟ ପର୍ବ ହେଉଛି ଦଶହରା । ତେଣୁ ସରକାର ଏହା ଉପରେ ପୁନଃ ବିଚାର କରି ମୂର୍ତ୍ତି ଉଚ୍ଚତା ଉପରେ ଥିବା ପ୍ରତିବନ୍ଧକ ହଟାଇବା ସହ ପରଦା ପଛରେ ପୂଜା ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି।