ପୋଲିସ୍ ହାତରେ ନାଲି ଏମଜି ହେକ୍ଟର

ଭୁବନେଶ୍ୱର, ଆଦର୍ଶ ରାଉତ: ଗତକାଲି ରାଜଧାନୀର ଓଲ୍ଡ ଟାଉନରେ ହୋଇଥିବା ଏଟିଏମ ଲୁଟ ଉଦ୍ୟମ ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା । ପୁଲିସ ଲୁଟରେ ବ୍ୟବହୃତ କାରକୁ ଜବତ କରିଛି । କାରଟି ନାଲି ରଙ୍ଗର ଏମଜି ହେକ୍ଟର । ଗତକାଲି ପୁଲିସ ୨ ଏଟିଏମ ଲୁଟେରାଙ୍କୁ ଅଟକ ରଖିଛି। ଏହି ଘଟଣାରେ ତଦନ୍ତ ଚଳାଇଛି ପୁଲିସ ।

ଗତକାଲି ବଢେଇବାଙ୍କ ସ୍ଥିତ ଏସ୍ ବି ଆଇ ଏମଟିଏମକୁ ୩ ଦୁର୍ବୃତ୍ତ ଆସିଥିଲେ । ସେମାନେ ଏଟିଏମ ମେସିନ ଭାଙ୍ଗିବାକୁ ଚେଷ୍ଟା କରିବାରୁ ସମୟରେ ଏଟିମ୍ ନିକଟରେ ଉପସ୍ଥିତ ଥିବା ବ୍ୟାଙ୍କର ସୁରକ୍ଷାକର୍ମୀମାନେ ଲୁଟେରାଙ୍କୁ କାବୁ କରିଥିଲେ । ଅଟକଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଚି ପୁଲିସ୍ । ଖୁବ୍ ଶିଘ୍ର ଲୁଟ ହୋଇଥିବା ଟଙ୍କା ଫେରିପାଇବା ନେଈ ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଟ ପୁଲିସ୍ ଅଧିକାରୀ ।