ଅନୁଭବଙ୍କ ମାମଲା ଅନ୍ତ ଘଟାଇଲେ ହାଇକୋର୍ଟ

ଭୁବନେଶ୍ୱର: ଓଲିଉଡ ଷ୍ଟାର ଯୋଡି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ମୋଡ । ସାଂସଦ ତଥା ଅଭିନେତା ଅନୁଭବଙ୍କ ପାରିବାରିକ ମାମଲାର ଅନ୍ତ ଘଟାଇଛନ୍ତି ମାନ୍ୟବର ହାଇକୋର୍ଟ । ମାମଲାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ କୋର୍ଟରେ ଆବେଦନ କରିଥିଲେ ସାଂସଦ ଅନୁଭବ । ତେବେ ପାରିବାରିକ ଅଦାଲତରେ ମାମଲାର ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ କରିଛନ୍ତି ହାଇକୋର୍ଟ ।