ଏଟିଏମ ଲୁଟ ଉଦ୍ୟମ ପଣ୍ଡ: ପୁଲିସ ଚଳାଇଛି ଅଧିକ ତଦନ୍ତ

ଭୁବନେଶ୍ୱର/ଆଦର୍ଶ ରାଉତ: ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟ ଉଦ୍ୟମ କରୁଥିଲେ । ଏଟିଏମ ମେସିନକୁ ଭାଙ୍ଗି ସେଥିରେ ଏକ ସ୍ବତନ୍ତ୍ର ଡିଭାଇସ ଲଗାଉଥିଲେ ଲୁଟେରା । ଫଳରେ ଏଟିଏମ ସର୍ଭିଲାନ୍ସକୁ ସୂଚନା ସୂଚନା ମିଳିଥିଲା । ସଙ୍ଗେସଙ୍ଗେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଓ ସ୍ଥାନୀୟ ବାସିନ୍ଦା ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଜଣେ ଫେରାର ହେବାରେ ସକ୍ଷମ ହୋଇଛି । ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଛି ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।