ପିଏମ ଫସଲ ଯୋଜନାକୁ ନେଇ ମୁହଁ ଖୋଲିଲେ ସସ୍ମିତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କମ୍ପାନୀମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏହି ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କମ୍ପାନୀଙ୍କୁ ଦିଆଯାଇଛି। କିନ୍ତୁ ଚାଷୀ ପାଇଛନ୍ତି ମାତ୍ର ୮୭ ହଜାର କୋଟି ଟଙ୍କା। ବାକି ୪୦ ହଜାର କୋଟି ଟଙ୍କା ବୀମା କମ୍ପାନୀ ରଖିଛନ୍ତି ଓ ଚାଷୀ ପାଇନାହାନ୍ତି।
ଚାଷୀଙ୍କ ହକ୍ ପାଇଁ ବିଜେଡି ଥିଲା, ରହିଛି ଓ ରହିବ । ଆନ୍ଧ୍ର, ବିହାର, ଗୁରାରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଭଳି ଦେଶର ୬ଟି ରାଜ୍ୟ ଫସଲ ବୀମା ଯୋଜନାରୁ ଓହରି ଗଲେଣି ବୋଲି ପ୍ରେସମିଟରେ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏହି ବୀମା ଯୋଜନାରେ ରାଜ୍ୟ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇପାରିନାହାନ୍ତି। ତେଣୁ ସେମାନେ ଯୋଜନାରୁ ଓହରି ଯାଉଥିବା କହିଛନ୍ତି ସସ୍ମିତ ପାତ୍ର ।