ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ୍ ପେଣ୍ଡାରକର ନିଶୁଳ୍କ ଭାବରେ ଏହି ଶିବିରରେ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଥିଲା । ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ ଜଣ ରୋଗୀଙ୍କ ସହ ଡଃ ପେଣ୍ଡାରକର ଅତି ଅମାୟିକ ଭାବରେ ମିଶିବା ସହ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି ।
ଏହି ଶିବିରରେ ଡଃ ଦିଲ୍ଲୀପ କୁମାର ପଣ୍ଡା, ଡଃ ପ୍ରଦିପ କୁମାର ଗୁରୁ, ଊଚଐଙ ଡଃ ରମେଶ ଚନ୍ଦ୍ର ସ୍ଵାଇଁ, ଊଖଙ ଡଃ ତ୍ରିବିକ୍ରମ ପାଣ୍ଡିଆ,ଊଞଈଙ ଡଃ ପଦ୍ମହଂସା ଡୋରା, ଗଙ ଡଃ ପାର୍ଥପ୍ରତିମ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କେନସର ନୋଡାଲ୍ ଅଫିସର ଡଃ ନରେନ୍ଦ୍ର ମେହେର୍ ଡଃ ପେଣ୍ଡାରକର ଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇଦେବେ । ଏହି କାର୍ୟ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଷ୍ଟାଫ୍ ନର୍ସ ଏଲି ଭଞ୍ଜ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ନାରାୟଣ ରଥ, ସମିର କୁମାର ନାୟକ ସହଯୋଗ କରିଥିଲେ ।