ପୋଲିସ ହ୍ୟାଣ୍ଡକପରେ ଫେରାର ଅପରାଧୀ ଦିଲୁ

(କଟକ/ଜଗନ୍ନାଥ ମହାନ୍ତି ): କମିଶନରେଟ ପୋଲିସକୁ ମିଳିଲା ସଫଳତା । ଗିରଫ ହେଲା ଡି ବ୍ରଦର୍ଶ ସହଯୋଗୀ ପ୍ରଦୀପ କୁମାର ସାହୁ ଓରଫ ଦିଲୁ । ୨୦୧୬ ମସିହାର ବହୁ ଚର୍ଚ୍ଚିତ ଓମ ଓ ଦିପୁ ମର୍ଡର ଘଟଣା ଘଟିବା ପରେ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ପୋଲିସ ହ୍ୟାଣ୍ଡକପରୁ ଫେରାର ରହିଥିଲା ଦିଲୁ । ତେବେ ଦିଲୁକୁ ରାୟଗଡାରୁ ଗିରଫ କରିଛି କଟକ ପୋଲିସ। ଗିରଫ ସମୟରେ ଗୋଟିଏ ବନ୍ଧୁକ , ୬ ରାଉଣ୍ଡ ଗୁଳି ଓ ୩ ଟି ମୋବାଇଲ ଜବତ କରିଛି ପୋଲିସ ।
ତେବେ ଦିପୁ ମର୍ଡର ଘଟଣାରେ ଫେରାର ଥିଲା ଦିଲୁ। ଡି ବ୍ରଦର୍ଶଙ୍କ ଟେଣ୍ଡର ପ୍ରକ୍ରିୟାରେ ଦିଲୁ ରହୁଥିଲା ମୁଖ୍ୟ ।