ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ୩ ଆହତ

ସୋନପୁର/ଓମପ୍ରକାଶ ମିଶ୍ର: ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ନିକଟରେ ଥିବା ନୂଆ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ରାସ୍ତାରେ ତିନି ଜଣ ଛିଟିକି ହୋଇ ପଡିଥିଲେ।ତିନି ଜଣ ହେଲେ ମଦନ ମୋହନ ମହାରଣା, ବୟସ(୪୫ )ସୋନପୁର ଘୋଡାଘାଟ ପଡା, ଜିଲ୍ଲା ସୁବର୍ଣ୍ଣପୁର,ଦେବରାଜ ଦରୁଆନ (୨୫) ସିଲାଟି,ବିନିକା ଥାନା, ଜିଲ୍ଲା ସୁବର୍ଣ୍ଣପୁର ଓ ଟିକେଲାଲ୍ ସୁନା (୪୫) ସାଲେଭଟା,ଜିଲ୍ଲା ବଲାଙ୍ଗୀର ସ୍ଥାନୀୟ ଲୋକମାନେ ସୋନପୁର ଦମକଳ କେନ୍ଦ୍ର ଓ ହରଡଖୋଲ ଫାଣ୍ଡି କୁ ଖବର ଦେଇଥିଲେ।ହରଡଖୋଲ ଥାନା ଫାଣ୍ଡି ଅଧିକାରୀ ଏକାଦଶିଆ ପଧାନ ଓ ଦମକଳ ସେବା କେନ୍ଦ୍ର ର ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ି କୁ ଜବତ କରିଥିଲେ।
ଖବର ପାଇ ସୋନପୁର ଦମକଳ ବିଭାଗର ମୁଖ୍ୟ ବଳରାମ ପଧାନ, ବୁଦ୍ଧଦେବ ପ୍ରଧାନ, ଉଜଲ ବେହେରା, ପ୍ରଭାତ ଚାନ୍ଦ ଓ ଦମକଳ ବାହିନୀର ଅନ୍ୟ କର୍ମଚାରୀମାନେ ପହଂଚି ଦୁର୍ଘଟଣା ରେ ପଡିଥିବା ଲୋକମାନଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୋଲିସ ମୋଟର ସାଇକେଲ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇ ଥିବା ଜଣା ପଡିଛି।