ଗଞ୍ଜାମ/ହରପ୍ରସାଦ ବିଶୋଇ: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଫାସୀ ଏବଂ ବେରୁଆଁବାଡ଼ି ଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । କାର୍ୟ୍ୟକ୍ରମରେ କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ସ୍ଥାନୀୟ ସରପଞ୍ଚଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ପୂର୍ବରୁ ଅସ୍ଥାୟୀ ଭାବେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ ଚାଲିଥିବା ବେଳେ ଏବେ ନବ ନିର୍ମିତ କୋଠା ଘରେ ଚାଲିବ ଏହି କାର୍ୟ୍ୟଳୟ । ଜନ ସାଧାରଣଙ୍କ ବେଶ ଉପଯୋଗୀ ହୋଇପାରିବ ଏହି କାର୍ୟ୍ୟାଳୟ ବୋଲି ବିଧାୟିକା ମତ ପ୍ରକାଶ କରିଛନ୍ତି ।