ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ସାମନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଏପରି ଅଘଟଣ ଘଟିଛି ରାଇରଙ୍ଗପୁର ଥାନା ଭାଲୁବସା ପଞ୍ଚାୟତର ବୁଢ଼ାମରା ଗ୍ରାମରେ । ମୃତକ ଜଣକ ହେଉଛନ୍ତି ସୁକେଶ ମହାନ୍ତ ।
ସୂଚନା ମୁତାବକ ସୁକେଶ ମହାନ୍ତ ଓ ପଡୋଶୀ ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ ଠେଙ୍ଗାରେ ପ୍ରହାର କରିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୁ ମଧ୍ୟ ଆକ୍ରମଣର ଶିକାର ହେବା ସହିତ ମୁଣ୍ଡ ଫାଟି ଯାଇଥିଲା । ତେବେ ସୁକେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ର ମୋହନକୁ ଗିରଫ କରିଥିବା ବେଳେ ଚନ୍ଦ୍ର ମୋହନର ମାନସିକ ସ୍ଥିତି ଠିକ ନ ଥିବା ଜଣା ପଡ଼ିଛି । ପୁଲିସ ହତ୍ୟା ମାମଲା ଦାୟର କରି ତଦନ୍ତ କରୁଛି । ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।